MENU

Fun & Interesting

ମନ୍ଦିର ମୂର୍ତ୍ତି: ଆମ ପରମ୍ପରା, କଳା ଓ ସଂସ୍କୃତି | ଶୁଭେନ୍ଦ୍ର ମିଶ୍ର | Temple sculpture | Subhendra Mishra

Video Not Working? Fix It Now

Here we will discuss the evolution of sculpture over the year in kalinga. We notice different types of sculpture in the walls of a temple: few of them are worshipped and few others just add to the beauty of the temples. We will also discuss the uses of various sculptures in our daily life. Relative positioning of sculptures are according to the 9th century old book Shilpa Prakash.How knowledgeable are our sculptures? Watch this episode that is equal to a crash course in Kalingan Temple Architecture focussing on the motifs that adorn the walls of temples. . ଉତ୍କଳୀୟ ମନ୍ଦିର ର ନିର୍ମାଣ ଶୈଳୀ ସ୍ୱତନ୍ତ୍ର ଏବଂ ବିବିଧତା ପୂର୍ଣ୍ଣ | ବହୁ ପ୍ରାଚୀନ ସମୟରୁ ଏହା କ୍ରମଶଃ ପରିବର୍ଦ୍ଧିତ, ପରିମାର୍ଜିତ ଓ ନିଜସ୍ୱ ବୈଚିତ୍ରମୟ ଶୈଳୀ ସହ ରୁଦ୍ଧିମନ୍ତ ହୋଇଛି | ଏସବୁ ର ପ୍ରମାଣ ଆମେ ବିଭିନ୍ନ ସମୟରେ ନିର୍ମିତ ମନ୍ଦିର ର କାରୁକାର୍ଯ୍ୟ, ସ୍ଥାପତ୍ୟ ଆଦି କୁ ଅନୁଶୀଳନ କଲେ ଦେଖିବାକୁ ପାଇପାରିବାକୁ | ଭୁବନେଶ୍ୱର ର ଲକ୍ଷ୍ମଣେଶ୍ୱର ବା ଶତ୍ରୁଘ୍ନେଶ୍ୱର ମନ୍ଦିର ର ପାର୍ଶ୍ୱ ମୂର୍ତ୍ତି ରହିତ ମନ୍ଦିର ଠାରୁ ଆରମ୍ଭ କରି ଭିନ୍ନ ସମୟରେ ଅତୀବ ସୁକ୍ଷ୍ମ କାରୁକାର୍ଯ୍ୟ ସହ ନିର୍ମିତ ମନୋରମ ମନ୍ଦିର ଗୁଡିକ ଏହି ବାର୍ତା ଦେଇଥାନ୍ତି | ମନ୍ଦିର ଗୁଡିକ ରେ ଯେଉଁ ମୂର୍ତ୍ତି ସବୁ ତିଆରି କରାଯାଏ ତା ପଛରେ ରହିଥାଏ ସୁଚିନ୍ତିତ ଭାବଧାରା , ନିର୍ମାଣ କୌଶଳ ଓ ସାଙ୍କେତିକ ସୂଚନା | ତ୍ରିଶୂଳ ଖାଲି ଏକ ଆୟୁଧ ନୁହେଁ, ଏହା ପଛରେ ସନ୍ନିହିତ ରହିଥାଏ ଅନେକ ତାତ୍ୱିକ ଜ୍ଞାନ | ମୂର୍ତି ଗୁଡିକ ର ମୁଦ୍ରା ପଛରେ ସେହିଭଳି ଅନେକ ମନୋବୈଜ୍ଞାନିକ ତଥ୍ୟ ରହିଥାଏ | ମନ୍ଦିର ଗାତ୍ର ରେ ଥିବା ସ୍ତ୍ରୀ ମୂର୍ତି ଗୁଡିକରେ ରେ ଅନେକ ବିବିଧତା ଦେଖିବାକୁ ମିଳେ ଯେମିତ ଅଳସ କନ୍ୟା , ଶାଳଭଞ୍ଜିକା ଇତ୍ୟାଦି | ମନ୍ଦିର ମୈଥୁନ ମୁଦ୍ରା ର ମୂର୍ତ୍ତି ଗୁଡିକ ମଧ୍ୟ ସେହିଭଳି ମହତ ଲକ୍ଷ୍ୟ ନେଇ ଖୋଦିତ ହୋଇଥାଏ | ମନ୍ଦିର ରେ ପଶୁ ମାନଙ୍କୁ ନେଇ ମଧ୍ୟ ଅନେକ ମୂର୍ତ୍ତି ଖୋଦିତ ହୋଇଥାଏ | ଶ୍ରୀ ଶୁଭେନ୍ଦ୍ର ମିଶ୍ର ନିଜସ୍ୱ କ୍ଷେତ୍ର ଅନୁଧ୍ୟାନ ଓ ଗବେଷଣା ଲବ୍ଧ ଜ୍ଞାନ ର ଉପଯୋଗ କରି ଏହି କଥା ଶୃଙ୍ଖଳା ର ସଦ୍ୟତମ ଅଧ୍ୟାୟରେ ଉପଯୋଗୀ ଓ ତଥ୍ୟ ସମ୍ବଳିତ ବକ୍ତବ୍ୟ ଉପସ୍ଥାପନା କରିଛନ୍ତି |

Comment