MENU

Fun & Interesting

Maa Mangala Mahima ଚୈତ୍ର ମଙ୍ଗଳବାର ଓଷା ଓ ମା' ମଙ୍ଗଳା ମହିମା | Namita Agrawal & G.Das | Odia Bhaktidhara

Odia Bhaktidhara 2,377,878 5 years ago
Video Not Working? Fix It Now

ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ । କିମ୍ବଦନ୍ତୀ ଅନୁସାରେ ଚଇତି ହାଡ଼ିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ I ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡ଼ିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ I ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲା । ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ହାଡ଼ିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡ଼ି ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକଲା । ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ରାଜାଙ୍କୁ ଚଇତି ହାଡ଼ିଆଣୀ ଅନେକଥର ଆଣ୍ଠୁକୁଡ଼ା କହିଛି । ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରତିଥର ଚଇତି ହାଡ଼ିଆଣି ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି । ଶେଷରେ ରାଜା ଚଇତି ହାଡ଼ିଆଣୀ ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି I --------------------------------------------------- Watch & Subscribe to our other YouTube Channels: 👉 Sidharth Bhakti : https://www.youtube.com/c/SidharthBhakti 👉 Sidharth Music: http://www.youtube.com/c/SidharthMusic 👉 Sidharth TV : http://www.youtube.com/c/SidharthTV 👉 Namita Agrawal : https://www.youtube.com/c/NamitaAgrawal ----------------------------------------------------- Enjoy & stay connected with us! 👉 Like us on Facebook : https://www.facebook.com/sidharthBhaktiOdia/ ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

Comment