ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସର ରେ ସାମୁହିକ ଦ୍ଵିପ ପ୍ରଜ୍ବଳନ। କାନପୁର, ନରସିଂହପୁର,କଟକ
ରାମାୟ ରାମ ଚନ୍ଦ୍ରାୟ ରାମ ଭଦ୍ରାୟ ବେଦସେ,
ନାଥାୟ ରଘୁନାଥାୟ ସୀତୟା ପତୟେ ନମ୍ଃ।
##################################
ଅଯୋଧ୍ୟା ପତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ଭବ୍ୟ ରାମ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଦିବସ ଉପଲକ୍ଷେ କାନପୁର ଠାରେ ମହାଯଜ୍ଞ ଓ ସାମୁହିକ ଦୀପ ପ୍ରଜ୍ଜ୍ୱଳନ।
##################################
ଅଦ୍ୟ ତା ଜାନୁୟାରୀ ୨୨ ତାରିଖ (ବୁଧବାର) ଦିନ କାନପୁର ଦୋଳମଣ୍ଡପ ପ୍ରାଙ୍ଗଣରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ପ୍ରଥମ ବାର୍ଷିକ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଦିନ ସକାଳ ୧୧ ଘଟିକା ସମୟରେ ନଗର ସଂକୀର୍ତ୍ତନ ଆରମ୍ଭ ହୋଇ ସାରା କାନପୁର ଗ୍ରାମ ପରିକ୍ରମା କରାଯାଇଥିଲା।ଏହାପରେ ଅପରାହ୍ନ ୨:୩୦ ଘଟିକା ସମୟରେ ମହାଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ସମୟରେ ପୂର୍ଣ୍ଣାହୂତି ଦିଆଯାଇଥିଲା।ମୁଖ୍ୟ ଅତିଥି ରୂପେ ଅଳକା ସୁଜ୍ ର ଅଧ୍ୟକ୍ଷ ଶ୍ରୀ ଚନ୍ଦନ କୁମାର ସାହୁ ମହୋଦୟ,ମୁଖ୍ୟ ବକ୍ତା ଭାବେ "ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ତଥା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଭୁ ପ୍ରସାଦ ଶତପଥୀ ମହୋଦୟ,ଏବଂ ସମ୍ମାନିତ ଅତିଥି ରୂପେ କାନପୁର ବଂଶୀଧର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଲେଖ ପ୍ରସାଦ ସାହୁ ମହୋଦୟ ଓ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ମହୋଦୟ ଯୋଗ ଦେଇଥିଲେ।ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସନ୍ଧ୍ୟା ୬ ଘଟିକା ସମୟରେ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ପହଞ୍ଚି ୩୦୦୦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଭୁ ଶ୍ରୀରାମ ଙ୍କ ଆଶୀର୍ବାଦ ଲାଭ କରିଥିଲେ।କାନପୁରର ସଂଗୀତ ଓ ନୃତ୍ୟକଳା ର ଅନୁଷ୍ଠାନ ସାଇ କ୍ରିଏଟିଭ ୱାଲ୍ଡ ର କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଶେଷରେ କୁନି କଳାକାର ମାନଙ୍କୁ ଅତିଥି ମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ଏତାଦୃଶ କାର୍ଯ୍ୟକ୍ରମ ହିନ୍ଦୁ ଧର୍ମର ଅଖଣ୍ଡତା କୁ ବଜାୟ ରଖିବା ସହିତ କାନପୁର ଗ୍ରାମ ର ସମ୍ମାନ କୁ ଦ୍ଵିଗୁଣିତ କରିଛି ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶତପଥୀ ମତ ବ୍ୟକ୍ତ କରି ଥିବା ବେଳେ କାନପୁର ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପ୍ରେରଣା ଫାଉଣ୍ଡେସନ ର ସମସ୍ତ ସଦସ୍ୟ ମାନଙ୍କର ଉପସ୍ଥିତି ତଥା ସହଯୋଗ ନିମିତ୍ତ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ଞ୍ଜାପନ କରିବା ସହିତ ମୋ ଗାଁ ମୋ ସମ୍ମାନ ଓଡ଼ିଶା ଅଭିଯାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ ବାରିକ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।
ସମଗ୍ର ଓଡ଼ିଶା ସେବା ଅଭିଯାନ
ମୋ ଗାଁ ମୋ ସମ୍ମାନ।