ଛୋଟ ପିଲାମାନଙ୍କ ମୁହଁ ରେ ହସ ଫୁଟାଇ ଲେ ନେତୃତ୍ଵ ନେଲେ ଜନ ମଙ୍ଗଳ (ରାସୋଳ)ସଂଗଠନ ର ସମ୍ପାଦକ ପ୍ରଦୀପ ନାୟକ।
#################################
ମୋ ଗାଁ ମୋ ସମ୍ମାନ ଆହ୍ବାନ ର ସଫଳ ରୂପାୟନ।ପିଲା ମାନଙ୍କ ମୁହଁ ରେ ଫୁଟିଲା ହସ।ସଂସ୍କୃତି ରକ୍ଷକ ସାଜିଲେ କୁନି କୁନି ପିଲା। ପିଲାଙ୍କୁ ନେଇ ହେଲା ବଣ ଭୋଜି ର ଆୟୋଜନ।
#################################
ଜଗନ୍ନାଥ ସଂସ୍କୃତି କୁ ବଜାୟ ରଖି ପ୍ରତିବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ,ରାସୋଳ ଗ୍ରାମ,ବଡ଼ ପାଟଣା ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ଅଷ୍ଟ ପ୍ରହରୀ ନାମ ଯଜ୍ଞ ସଫଳତା ର ସହ ସମ୍ପାଦିତ ହୋଇ ଯାଇଥିବା ବେଳେ ପ୍ରଥମ ଥର ପାଇଁଁ ଜନମଙ୍ଗଳ ରାସୋଳ ସଂଗଠନ ର ସମ୍ପାଦକ ପ୍ରଦୀପ ନାୟକ ଙ୍କ ଆହ୍ବାନ କ୍ରମେ ବହୁ ଛୋଟ ଛୋଟ ପିଲା ମାନେ ଅହୋରାତ୍ର ଉଜାଗର ରହି ଶ୍ରଦ୍ଧାଳୁ ଭକ୍ତ ଜନ ମାନଙ୍କର ସେବା ପ୍ରଦାନ କରି ଥିଲେ।ପିଲା ମାନଙ୍କ ର ପ୍ରଭୁ ଶ୍ରୀ ରାଧା ଗୋବିନ୍ଦ ଙ୍କ ପ୍ରତି ଭକ୍ତିଭାବ ଏବଂ ଭକ୍ତ ଜନ ମାନଙ୍କ ପ୍ରତି ସେବା ଅତି ଉଚ୍ଚ କୋଟୀର ଥିବା ବେଳେ ଉପସ୍ଥିତ ଗ୍ରାମବାସୀ ତଥା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ର ସେବକ ସେଵିକା ଭାଇ ଭଉଣୀ ମାନେ ସ୍ତମ୍ଭୀଭୂତ ହୋଇ ପଡିଥିଲେ। ଆଜିର ସମାଜ କ୍ରମେ ଆଧ୍ୟାତ୍ମିକତା ଠାରୁ ଦୂରେଇ ଯାଉଥିବା ବେଳେ ଛୋଟ ଛୋଟ ପିଲା ମାନଙ୍କ ର ଏତାଦୃଶ ସେବା ଭବିଷ୍ୟତ ରେ ଜଣେ ଜଣେ ସମାଜ ସୁଧାରକ ହେବା ସହିତ ଓଡ଼ିଶା ର ଜଗନ୍ନାଥ ସଂସ୍କୃତି କୁ ବଜାୟ ରଖି ପାରିବେ ବୋଲି ଆଶା କରା ଯାଇପାରେ।
ସଫଳତା ର ସହିତ ଅଷ୍ଟ ପ୍ରହରୀ ନାମ ଯଜ୍ଞ ର ଉଦଯାପିତ ହେବା ପରେ ଅଦ୍ୟ ତା ୦୭/୦୨/୨୦୨୫ରିଖ ବୁଧବାର ଦିନ ପିଲା ମାନଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ଜନମଙ୍ଗଳ(ରାସୋଳ) ସଂଗଠନ ର ସମ୍ପାଦକ ପ୍ରଦୀପ ନାୟକ,ନାମ ଯଜ୍ଞର ମୁଖ୍ୟ ଆବାହକ ରାଜୀବ ସାହୁ ଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ଜିଲ୍ଲା ଦଣ୍ଡରି ପଞ୍ଚାୟତ ର ସାପୁଆ ଠାରେ ଏକ ବଣଭୋଜି ର ଆୟୋଜନ କରିଥିଲେ।ଜନ ମଙ୍ଗଳ (ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର,ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେବକ/ସେଵିକା ନିରାକାର ବୈଦ୍ୟ,ଭଣିତା ନାୟକ,କୁନି ସେବକ ଆଦିପ ନାୟକ,ଅର୍ପିତ୍ ନାୟକ,ଯୁବ ସମାଜ ସେଵୀ ଵିଶ୍ଵଜିତ୍ ସାହୁ ସହଯୋଗ ର ହାତ ବଢ଼ାଇବା ସହିତ ୧୫ ଜଣ ରୁ ଉର୍ଦ୍ଧ୍ୱ ପ୍ରଭୁ ଙ୍କର ଛୋଟ ଛୋଟ ସେବକ ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ ନେଇ ହର୍ଷୋଲ୍ଲାସ ର ସହ ବଣଭୋଜି ସମ୍ପାଦିତ ହୋଇଥିଲା।
ଛୋଟ ଛୋଟ ପିଲା ମାନଙ୍କ ର ପରିଶ୍ରମ କୁ ଲାଘବ କରିଵା ତଥା ମାନସିକ ଶାନ୍ତି ପ୍ରଦାନ କରିଵା ଓ ଆଗାମୀ ଦିନରେ ଆଧ୍ୟାତ୍ମିକ ଚିନ୍ତନ ର ବଶବର୍ତ୍ତୀ କରାଇବା ନିମିତ୍ତ ଉତ୍ସାହିତ କରିବା ଆଜିର ବଣଭୋଜି(ଅର୍ଣ୍ନ ଦାନ)ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଜନ ମଙ୍ଗଳ ରାସୋଳ ସଂଗଠନ ର ସମ୍ପାଦକ ଶ୍ରୀଯୁକ୍ତ ନାୟକ ତଥା ନାମ ଯଜ୍ଞର ଆଵାହକ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ।ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ବିଭୁ ଶତପଥୀ ଏତାଦୃଶ କାର୍ଯ୍ୟକ୍ରମ କୁ ସ୍ବାଗତ କରିବା ସହିତ ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ଆବାହକ ପ୍ରଭାତ ବାରିକ,ଅନ୍ନ ଦାନ ର ରାଜ୍ୟ ଆବାହକ ଶ୍ରୀମତି ରଞ୍ଜିତା ଭକ୍ତା ଆନ୍ତରିକ ସାଧୁବାଦ ପ୍ରଦାନ କରିବା ସହିତ ଅଶେଷ ଧନ୍ୟବାଦ ଞ୍ଜାପନ କରିଥିଲେ।
ମୋ ଗାଁ ମୋ ସମ୍ମାନ
ସମଗ୍ର ଓଡ଼ିଶା ସେବା ଅଭିଯାନ !
Bmctv Odia
BMCTv Odia Breaking News
Bibhu Satapathy
Dhenkanal District Correspondent.