MENU

Fun & Interesting

ଚମ୍ପୁ - ଓଡ଼ିଶୀ ସଂଗୀତ | ଓଡିଶୀ ରିସର୍ଚ ସେଣ୍ଟର @ ଓଡ଼ିଶୀ ଆସର

OdishaLIVE 186,138 5 years ago
Video Not Working? Fix It Now

#OdissiMusic #OdishiAsara #OdishaCulturalUniversity L I K E || S H A R E || S U B S C R I B E ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ‘ଓଡ଼ିଶୀ ଆସର’ ଓଡ଼ିଶୀ ସଙ୍ଗୀତ ଏକ ଅନନ୍ୟ ଧାରା ଏବଂ ଏହା ଭାରତୀୟ ସଙ୍ଗୀତ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଶୀ ନୃତ୍ୟର ପ୍ରାଣ ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶାର ଏହି ଆପଣାର ସଂସ୍କୃତି ନିଜସ୍ୱ ଗାୟନଶୈଳୀ ଏବଂ ବାଦ୍ୟ ସଙ୍ଗୀତ ସଂଯୋଜନାରେ ହୋଇପାରିଛି ସ୍ୱତନ୍ତ୍ର। ଓଡ଼ିଶୀ ସଙ୍ଗୀତର ବିଭିନ୍ନ ଦିଗ ଓ ବିଭବକୁ ଏକାଠି ଗୋଟଏ ମଞ୍ଚରେ ଉପସ୍ଥାପନ କରିଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ଥିଲା ‘ଓଡ଼ିଶୀ ଆସର’। ସେହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ରେକର୍ଡ କରି ତା’ର ପ୍ରତିଟି ଅଂଶକୁ ଓଡ଼ିଶୀ ସଙ୍ଗୀତର ପ୍ରିୟ ଶ୍ରୋତାମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ ଏବଂ ଅବସରପ୍ରାପ୍ତ ପ୍ରଶାସନ ତଥା ଗବେଷକ ଡକ୍ଟର ସୁବାଷ ପାଣି। ଏହି କାର୍ଯ୍ୟକ୍ରମରେ ମର୍ଦ୍ଦଳରେ ସଙ୍ଗତ ଦେଇଥିଲେ ପ୍ରଫେସର ଜଗନ୍ନାଥ କୁଅଁର, ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ ଦିବାକର ପରିଡ଼ା ଏବଂ ରାମଚନ୍ଦ୍ର ବେହେରା। ମଞ୍ଜିରାରେ ସଙ୍ଗତ ଦେଇଥିଲେ ସୌମ୍ୟରଞ୍ଜନ ନାଏକ, ଅନିଲ କୁମାର ପରୀକ୍ଷା ଏବଂ ଗୁରୁ କେଶବ ଚନ୍ଦ୍ର ରାଉତ। ବେହେଲାରେ ଗୁରୁ ରମେଶ ଚନ୍ଦ୍ର ଦାସ ଏବଂ ସିତାର୍‌ରେ ସୁର ଦେଇଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ। ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ, ଡକ୍ଟର ସିଭିଏଲ୍‌ ଶ୍ରୀନିବାସ, ପ୍ରବୀର ଦଳାଇ ଏବଂ ଡକ୍ଟର ସନ୍ଦୀପ ରାଉତ। News Website: https://www.odisha.live Facebook: https://www.facebook.com/odishalive Youtube: https://www.youtube.com/odishalive Twitter: https://www.twitter.com/odishalive Instagram: https://www.instagram.com/odishalive Click the 'bell' icon and Subscribe! The Event/production is a creation of OdishaLIVE. For always being informed, and entertained find us here: --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) M-6, Samanta Vihar, Near Kalinga Hospital, Bhubaneswar-751017 (Odisha). Email: [email protected] Tel: +91-674-2303311 Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Comment