ଓଡିଶା ର ଘରେ ଘରେ ଖୁଲଣା ସୁନ୍ଦରୀ ଓଷା ପାଳନ୍ତି | କିନ୍ତୁ ଅନେକେ ଯାହା ଜାଣନ୍ତି ନାହିଁ ତା ହେଲା ଯେ ଏହି ଉପଖ୍ୟାନଟି ପ୍ରାଚୀନ ଉତ୍କଳର ନୌ-ବାଣିଜ୍ୟ ସମ୍ପର୍କିତ ଏକ ଲୋକ କଥା ଏବଂ ଏଥିରେ ନୌବାଣିଜ୍ୟ ବିଷୟରେ ଅନେକ ତଥ୍ୟ ଜାଣିହୁଏ | ଭିକାରି ଧୀବରଙ୍କ ଦ୍ୱାରା ଲିଖିତ ଏହି ଖୁଲଣା ସୁନ୍ଦରୀ 62 ଛାନ୍ଦ ଓ ଅନେକ ରାଗ ଆଧାରିତ କାବ୍ୟିକ ଶୈଳୀରେ ଲେଖା | ଏହି ଅନନ୍ୟ କୃତୀକୁ ଯେପରି ଭାବେ ଆମେ ଜାଣିବା କଥା ଓ ଯେତିକି ଗୁରୁତ୍ୱ ଦେବାକଥା ତାହା ହୋଇନାହିଁ | ଏହି ରଚନାଟି ଓଡ଼ିଶାରେ ଏକ ସମୟରେ ପ୍ରବଳ ଭାବେ ଅନୁସୃତ ତନ୍ତ୍ର ପରମ୍ପରାର ଶେଷ ସମୟ ଓ ଜଗନ୍ନାଥ ସଂସ୍କୃତିର ଅୟମାରମ୍ଭ ସମୟରେ ହୋଇଥିବାର ଅନୁମାନ କରାଯାଇପାରେ | ଖୁଲଣା ସୁନ୍ଦରୀ ରେ ସେ ସମୟର ଚଳଣି, ଖାଦ୍ୟ, ବସ୍ତ୍ର, ବାଣିଜ୍ୟର ପଣ୍ୟ ବସ୍ତୁ , ବାଦ୍ୟ, ବାହାଘର, ସଂଗୀତ, ଖେଳ , ଅଳଙ୍କାର ଇତ୍ୟାଦିର ବିସ୍ତୃତ ବର୍ଣ୍ଣନା ପଢିବାକୁ ମିଳେ
Introductions: Sri Sanjay Barala
Co-Hosts: Sri Subhendra Mishra
Ms.Preeta Rout
Info Graphics: Sri Aditya Prasad Ghosh