MENU

Fun & Interesting

କେବଳ ଗୋମାଂସ ନୁହେଁ, ମଇଁଷି ବି କଟାଯାଉଛି |185 ମଇଁଷି ଜବତ, ୬ ଅଟକ |Morada Mayurbhanja news |Times One Odia

TIMES ONE ODIA 3,039 lượt xem 1 day ago
Video Not Working? Fix It Now

୧୮୫ ମଇଁଷି ଜବତ - ୬ଜଣ ଅଟକ |
ଦିନକୁ ଦିନ ଗାଈ ଗୋରୁ, ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ ଚାଲାଣ ଓ ଗୋହତ୍ଯା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ଦାବି କରିଆସୁଛନ୍ତି। ଗୋ ଚାଲାଣ ହେଉ କି ମଈଷି ଚାଲାଣ କମିବା ଦେଖିବାକୁ ମିଳୁନାହିଁ ଦିନକୁ ଦିନ ଗୋମାତା ଓ ମଈଷି ଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି ।ମୟୂରଭଞ୍ଜ ଜିଲ୍ଲା ମୋରଡା , ରାସଗୋବିନ୍ଦପୁର ଓ ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗ କୁ ହେଉଛି ମଈଷି ଓ ଗୋ - ଚାଲାଣ । ତେବେ ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅର୍ନ୍ତଗତ ଖୁରୁଣ୍ଟିଆ ହୋଇ ମଈଷି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡା ଥାନା ଅଧିକାରୀ ସୁମିତ ସୋରେନ ଙ୍କୁ ଖବର ଦେଇଥିଲେ । ଖବର ପାଇ ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୮୫ ଟି ମଇଁଷି କୁ ଜବତ କରାଯାଇଛି । ପରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ପଚରାଉଚରା କରାଯାଉଛି । ତେବେ ଦିନକୁ ଦିନ ଗାଈ ଗୋରୁ, ମଈଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା । ସମସ୍ତ
ମଇଁଷି ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଆସୁଥିଲା । ଦିନ ବେଳେ ନିଛାଟିଆ ସ୍ଥାନରେ ସମସ୍ତ ମଇଁଷି କୁ ରଖୁଥିବା ବେଳେ ରାତି ରେ ସମସ୍ତ ମଇଁଷିକୁ ଚଲାଇ ଚଲାଇ ମୋରଡା ଥାନା ଅଞ୍ଚଳ ହୋଇ ପାରି କରୁଥିବା ଖବର ପାଇ ମୋରଡା ପୋଲିସ ଚଢାଉ ଥାନା କୁ ଅଣାଯାଇଛି । ତେବେ ମଇଁଷି କୁ ଘୋଡାଇ ନେଉଥିବା ବ୍ୟକ୍ତି କହିଛନ୍ତି ଯେ ବିଭିନ୍ନ ଥାନା ରେ ଟଙ୍କା ଦେଇ ଆଣୁ । ଅପରପକ୍ଷରେ ସାମାଜିକ କର୍ମୀ ଏହି ଭଳି ଘଟଣା କୁ ନିନ୍ଦା କରିଥିବା ବେଳେ ପୋଲିସ କୁ ପ୍ରଶଂସା କରିଛନ୍ତି
#timesoneodia #moradaMayurbhanjaNews#buffalo

Comment