MENU

Fun & Interesting

Biplabi Birsa // ବିପ୍ଳବୀ ବିର୍ସା

DD ODIA 18,589 lượt xem 3 months ago
Video Not Working? Fix It Now

Prof. Dr. Pabitra Mohan Naik
Dr, Sandeep Pattnaik

Anchor- Anjan Kumar Pradhan

ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ ।
ବିରସା ମୁଣ୍ଡାଙ୍କ ସ୍ମୃତିରେ ସମଗ୍ର ଦେଶରେ ଅନେକ ସ୍ମୃତି ସ୍ତମ୍ଭମାନ ନିର୍ମାଣ ହୋଇଛି। ତାଙ୍କ ନାମରେ ରାଞ୍ଚି ବିମାନ ବନ୍ଦର, ଜେଲ୍, ଅନେକ ଶିକ୍ଷାନୁଷ୍ଠାନ ଥିବାବେଳେ ସେ ଏକମାତ୍ର ଆଦିବାସୀ ନେତା, ଯାହାଙ୍କର ଛବି ଦିଲ୍ଲୀର ସଂସଦ ଭବନରେ ସ୍ଥାନ ପାଇଛି।
ବିର୍ସା ମୁଣ୍ଡାଙ୍କ ଜନ୍ମଦିବସ ନଭେମ୍ବର ୧୫ ତାରିଖକୁ ଭାରତ ସରକାର ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରୁଛନ୍ତି ।
Source- wiki

#ddodisha #ddodia #ddbhubaneswar #odia #odisha #orissa #chhandamishra #madhusudan #chandramohan #birsa_munda #saheed #sahid

Comment