MENU

Fun & Interesting

କାଳବୈଶାଖୀ କ୍ଷତିଗ୍ରସ୍ତ ଙ୍କୁ ସହାୟତା || BISOI 2025 || @ADIVASI AKHLA

Adivasi Akhla 13,883 3 months ago
Video Not Working? Fix It Now

ସ୍ବେଚ୍ଛାସେବୀ ଅଞ୍ଚଳ ବୁଲିଲେ, କ୍ଷତିଗ୍ରସ୍ତଙ୍କୁ ସହଯୋଗର ହାତ ବଢାଇଲେ। (ଆଦିବାସୀ ଆଖଳା):- ବିଶୋଇ ବ୍ଳକ ଅଞ୍ଚଳରେ ଘଟିଥିବା କାଳ ବୈଶାଖୀ ଓ କୁଆ ପଥର ମାଡ଼ରେ କ୍ଷତିଗ୍ରସ୍ତଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସେମାନଙ୍କ ପୂର୍ବାବସ୍ଥା ଫେରିବା ଏତେ ସହଜ ସାଧ୍ୟ ନୁହେଁ। ସେମାନଙ୍କ ବର୍ତ୍ତମାନର ଅବସ୍ଥା ନିଜେ ଦେଖିବା ପରେ ହିଁ ଜାଣି ହେବ, ଅଞ୍ଚଳର ଅବସ୍ଥା କିପରି ରହିଛି। ଏହାକୁ ଦେଖିବାକୁ ବିଭିନ୍ନ ସଂଗଠନ ଓ ପ୍ରଶାସନ ପକ୍ଷରୁ ଲୋକେ ପହଞ୍ଚୁଥ‌ିବା ବେଳେ ଅନେକ ସହାୟତାର ହାତ ବଢ଼ାଇଛନ୍ତି। ବହୁ ସମାଜସେବୀ ବାରମ୍ବାର ସମ୍ପୃକ୍ତ ଅଞ୍ଚଳକୁ ଆସି ଖାଦ୍ୟ, ବସ୍ତ୍ର ଓ କ୍ଷତିଗ୍ରସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି। ବିଶୋଇ ନେତାଜୀ କ୍ଲବ୍ ପକ୍ଷରୁ ଶାଢି ଓ ଡ୍ରେସ ବଣ୍ଟନ କରାଯାଇଥିଲା। ବିଶୋଇର ସର୍ବ ପୁରାତନ ନେତାଜୀ କ୍ଲବର ସଭାପତି ମାନସ ରଞ୍ଜନ ମହାପାତ୍ର ଓ ସମ୍ପାଦକ ସଚ୍ଚିଦ୍ର ମହାନ୍ତଙ୍କ ନେତୃତ୍ୱରେ କ୍ଲବର । ସଦସ୍ୟମାନେ କେଶରଗାଡିଆ, ସାରସପଦା ଗ୍ରାମର ଦେହୁରୀ ସାହି ଓ ଆନ୍ତୁ ସାହିରେ ଶାଢି, ଲୁଙ୍ଗି ଓ ୨୦୦ ପାଖାପାଖି ଛୋଟ ପିଲାଙ୍କୁ ଡ୍ରେସ ବାଣ୍ଟିଥିଲେ। ମୟୁରଭଞ୍ଜ ଜିଲ୍ଲା ମାସା ଆର୍ମିର ସଭାପତି ସୁକୁଲାଲ ମାଣ୍ଡି ଓ ଖେରଓ୍ବାଳ ଜୁମିଡ଼ ସଙ୍ଗଠନ ର ସଭାପତି କାରିଆ ହାଁସଦାଃ'ଙ୍କ ନେତୃତ୍ବରେ ସଙ୍ଗଠନ ର ସଦସ୍ୟ ମାନେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ନିଜେ ରୋଷେଇ କରି ଏକ ହଜାରରୁ ଅଧିକ ଲାକଙ୍କୁ ରନ୍ଧା ଖାଦ୍ୟ ଦେବା ତା ସହିତ ଶୁଖୁଲା ଖାଦ୍ୟ ମଧ୍ୟ ପ୍ରଦାନ କରିଛନ୍ତି 1 ବିଶୋଇ ବଜାରର ଯୁବ ସ୍ୱେଚ୍ଛାସେବୀ ଖେଳରାମ ଟୁଡୁ କାଳ ବୈଶାଖୀର କ୍ଷତିଗ୍ରସ୍ତ ଦିନଠାରୁ ଦିନରାତି କ୍ଷତିଗ୍ରସ୍ତ ଲୋକଙ୍କ ସେବାରେ ଲାଗିଥିବାବେଳେ ସେ ୧୦୦ ଖଣ୍ଡ ଶାଢି ବିଭିନ୍ନ ଅଞ୍ଚଳକୁ ବୁଲି ମା ଭଉଣୀ ମାନଙ୍କୁ ବାଣ୍ଟିଛନ୍ତି। ସେହିପରି ଏ ଅଞ୍ଚଳରେ ଘଟିଥିବା ଦୂର୍ଦ୍ଧଶା ବିଷୟରେ ଜାଣିବାକୁ ପାଇ ଝାରଖଣ୍ଡ ଚାଇବାସା ରୁ ବିଡିଜି ଗ୍ରୁପ (BDG GROUP) ର ସଦସ୍ୟ ମାନେ ପହଞ୍ଚି ଡେକଚି, କଢେଇ, ବାଲଟି ସହ ଚାଉଳ, ଡାଲି, ତେଲ, ମସଲା ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ଲୋକଙ୍କୁ ସହାୟତା କରିଥିଲେ।

Comment