MENU

Fun & Interesting

ଦେଶପ୍ରେମ ଦୀପ ଜାଳ / ପୁରୁଣା ୫ମ ଶ୍ରେଣୀ କବିତା/Desa prema dipa jala full poem /sasana karjye magna sivaji

VOICE OF ALOK 98,310 lượt xem 3 years ago
Video Not Working? Fix It Now

"Desa prema dipa jala" is a famous odia old textbook poem.
Full Lyrics:

ଶାସନ କାର୍ଯ୍ୟେ ମଗ୍ନ ଶିବାଜୀ ମରାଠା ଛତ୍ରପତି
ଜନ୍ମଭୂମିର ମୁକ୍ତି ମଶାଲ ଜାଳିଲା ଯେ ମହାମତି ।
ଶୁଣିଲା ସହସା କାହାର ଶବ୍ଦ ଆସନୁ ଚମକି ଉଠି
ଦୁଆର ପାରୁଶେ ଡାକଇ କିଏ ସେ "ମିଳୁ ହେ ଭିକ୍ଷା ମୁଠି" ।
ଧନ ଧାନ୍ୟରେ ପୂରିଛି ଦେଶ ତ ସେ ଯେ ତାର ଅଭିମାନ
କିଏ ସେ ଭିକାରି? ଶିବାଜୀ ରାଜ୍ୟେ ଭିକ୍ଷାର କାହିଁ ଥାନ ?
ତକ୍ଷଣେ ଯାଇ ଭେଟିଲା ଦୁଆରେ ଉଭା ଗୁରୁ ରାମଦାସ
ଭିକ୍ଷାଥାଳଟି ଝୁଲାଇ ହସ୍ତେ ଅଧରେ ଫୁଟାଇ ହାସ ।
ଚରଣ ବନ୍ଦି ଭାଷଇ ଶିବାଜୀ "କାହିଁ ପାଇଁ ଆଗମନ ?
ଦେଇପାରେ ସବୁ ଆଦେଶିବା ହେଉ ଲୋଡା ଯେତେ ଧନଜନ ।
କେଉଁ ରାଜ୍ୟର ଅଧିପତି ପଦ ନେବାକୁ ହେବ କି ରାଜି?
ଛତ୍ରପତି ଯେ ଗୁରୁ ଦକ୍ଷିଣା ଦେଇପାରେ ସବୁ ଆଜି ।
ଚିରଦିନ ପାଇଁ ଭିକ୍ଷାର ଥାଳ ଆଜି ଛାଡିବାକୁ ହେବ
କେଉଁ ରାଜ୍ୟର ହେବ ଅଧିପତି କହ କହ ଗୁରୁଦେବ ।"
ଗୁରୁ ଓଷ୍ଠରୁ ନିଭିନି ସେ ହାସ କହେ ଟେକିଦେଇ ଥାଳ
ଛତ୍ରପତି ହେ ! ଏଇ ମୋର ରାଜ୍ୟ ମୁଁ ତାର ରାଜ୍ୟପାଳ ।
ଏ ଥାଳରେ ଯେଉଁ ଭିକ୍ଷା ମିଳଇ ସେଇ ମୋର ମହାଧନ
ମୋ ଦେଶପ୍ରୀତିର ସଙ୍କେତ ତାହା ଦିଏ କୋଟି କୋଟି ଜନ ।
ଉପୁଜଇ ତାହା ମୋ ଦେଶ କୃଷକ ଶ୍ରମିକର ଝାଳ ଝରି
ଅନ୍ୟ ଶାସକ ରାଜା ମୁଁ ନ ଜାଣେ ଆଉ କେହି ତାହା ସରି ।
ତାହାଠାରୁ ବଳି ବଡ ସୈନିକ ବଡ ବୀର ନାହିଁ ମାନେ ପୂରିଉଠେ ସବୁ ଭିକ୍ଷାର ଥାଳ କେବଳ ତାହାରି ଦାନେ ।
ନେଇ ସେ ଭିକ୍ଷା ଦିଏ ମୁଁ ବିତରି ଦେଶ କଲ୍ୟାଣ ପାଇଁ
ଗରବ,ଦମ୍ଭ ତେଜି ଆଜି ତାହା ମାଗିଆଣ ତୁମେ ଯାଇ ।
ନୋହି କୁଣ୍ଠିତ "ଚଳ ବୀରମଣି" ଭାଷେ ରାମଦାସ ଗିର
ଅବାକ୍ ଶିବାଜୀ ରହେ ନିଶ୍ଚଳ ବିନୟେ ନୁଆଁଇ ଶିର ।
ଶିଷ୍ୟ-ବଦନେ ଚାହିଁ ପୁଣି ଥରେ ହସେ ରାମଦାସ ଯତି
ପ୍ରସାରି ହସ୍ତ ସେହି ଥାଳ ଧରେ ଶିବାଜୀ ଛତ୍ରପତି ।
ଆଦେଶଇ ଗୁରୁ,"ଯାଅ ହେ ଯୋଦ୍ଧା ! ଭିକ୍ଷୁକ ବେଶ ଧର
ମାଗିଆଣ ଯାଇ ପ୍ରେମର ଭିକ୍ଷା ବୁଲି ବୁଲି ଘର ଘର ।
ଦେଶ ଜନନୀର ପୁଣ୍ୟ ପଥରେ କରେ ଧର ଏହି ଥାଳ
ଚଳ ହେ ପାନ୍ଥ ! ଦୁଆରେ ଦୁଆରେ ପ୍ରେମର ପ୍ରଦୀପ ଜାଳ " ।
ଛାଡି ନିଜ ବାସ ବୀର ପୁଙ୍ଗବ ଗୁରୁ ଦକ୍ଷିଣା ଲାଗି
ଚଳେ ଭାରତର ବିଲ ବନ ପଥେ ପ୍ରେମର ଭିକ୍ଷା ମାଗି ।
ମାଗି ସେ ଭିକ୍ଷା ଲଭଇ ଶିକ୍ଷା ତୁଟିଯାଏ ଅଭିମାନ
ଆପଣାର ମଣେ ଏ ଦେଶ ମଣିଷ ନଗର ପଲ୍ଲୀମାନ ।
ବୁଝଇ ଦେଶର ଅଭାବ ଦୁଃଖ ଶୁଣଇ ତାହାର କଥା
ଶୁଣେ ମଣିଷର ପ୍ରାଣର କାହାଣୀ
ବୁଝେ ଅନ୍ତର ବ୍ୟଥା ।
ଦୈନିକ ନେଇ ଥାଳରୁ ଭିକ୍ଷା ଭାଷେ ରାମଦାସ ଶେଷେ
"ସୈନିକ ତୁମେ ଶ୍ରେଷ୍ଠ ସାଧକ ବୀର ଅଗ୍ରଣୀ ଦେଶେ ।"

search terms :
1.Desaprema dipa jala
2. Sasana karjye magna sibaji
3. Sibaji story odia poem
4. Sibaji o guru poem
5. Childhood odia poem
Also watch other childhood poems
1.ଦେଲୁ ମୋତେ ମହାଶିକ୍ଷା-https://youtu.be/hNC1AsYMJlk
2.ଦୁଃଖୀଧନ ନୀଳମଣିରେ-https://youtu.be/iqrNH-dN7Pw
3.କାଳିଜାଇରେ ସନ୍ଧ୍ୟା-https://youtu.be/z6Vl5jwDmng
4.ରାମଚଣ୍ଡୀରେ ସନ୍ଧ୍ୟା-https://youtu.be/M1hyKAC4ZAQ
5.ଚାରିଦିନ ଭୋକିଲା-https://youtu.be/2ECOY01ixxU
6.ଜୟୀ ରାଜଗୁରୁ-https://youtu.be/Za2Xt0--Qv0
7.ଏଣୁ କପୋତ ଗୁରୁ ମୋର-https://youtu.be/-2sb2KPHQM4
8.ବାଇ ଚଢେଇ ଓ ପିମ୍ପୁଡି ମାମୁ - https://youtu.be/Za2Xt0--Qv0
9.ବିଚାର ବିଗିଡିଗଲା-https://youtu.be/V9Tqsr6aZlk
10.ଖଦ୍ୟୋତର ଖେଦ-https://youtu.be/6jo3bLkwerY
11.ଟୁନାଟୁନି-https://youtu.be/F2d719UygVQ
12.ମୁକୁଟ ଭିକ୍ଷା-https://youtu.be/jTKpotfh1zQ
13.ଶୁଖିଲା ପତ୍ରର କଥା-https://youtu.be/eH0fdCVcWTc
14.ଆମ ଘର-https://youtu.be/CKalUX9ylBo
15.ଗଛ ଓ କାଠୁରିଆ-https://youtu.be/MXidA7GHGwM
16.ଶ୍ରୀରାମଙ୍କ ନୌଯାତ୍ରା-https://youtu.be/uH_gELKGSPM
17.ପୃଥିବୀ ପ୍ରତି-https://youtu.be/VxNCxvCTMr0
18.ତ୍ରିରତ୍ନ - https://youtu.be/UVl7p5M_a7g
19.ରଖେ ସତ୍ୟରେ ଲୟ- https://youtu.be/aaO3kARCx6A
20. ସ୍ଥୂଳ କଳେବର ନୁହଁଇ ଅମର - https://youtu.be/8SSCvjCy3_k

ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - https://youtube.com/playlist?list=PLYYq-GmN5BcFAsVUejIIfw-WX8Gwm1aqS

#Desaprema_dipa_jala
#ଦେଶପ୍ରେମ_ଦୀପ_ଜାଳ
#VoiceOfAlok
#Sasana_karjye_magna_sibaji
#OldOdiaTextbookPoem

Comment