ଜଗନ୍ନାଥ ଦାସଙ୍କ ବନ୍ଦୀଶାଳା କାହାଣୀ Jagannath Das Nka Bandisala Kahani by Charana Ram Das1080P HD VIDEO
‘ଜଗନ୍ନାଥ ଦାସଙ୍କ ବନ୍ଦୀଶାଳା କାହାଣୀ’
ଶ୍ରୀଜଗନ୍ନାଥ ଦାସ ଯେତେବେଳେ କଳ୍ପବଟ ମୂଳରେ ବସି ଶ୍ରୀମଦ ଭାଗବତ ରଚନା କରୁଥିଲେ ଏବଂ ଗାୟନ କରୁଥିଲେ ସେଇ ଭାଗବତକୁ ଶୁଣିବା ପାଇଁ ଅନେକ ନାରୀମାନେ ଆସୁଥିଲେ ତାଙ୍କ ନାମରେ ରାଜାଙ୍କ ପାଖରେ ଅଭିଯୋଗ ହେଲା ଯେ ତାଙ୍କର ଚରିତ୍ର ନାହିଁ l ସେ ନାରୀ କି ପୁରୁଷ ସ୍ପଷ୍ଟ ନୁହେଁ l ରାଜା ତାଙ୍କୁ ବନ୍ଦୀଶାଳାରେ ବନ୍ଦୀ କରି ରଖିଲେ l ବନ୍ଦୀ ଶାଳାରେ ଜଗନ୍ନାଥ ଦାସ ପ୍ରଭୁଙ୍କୁ ସ୍ମରଣ କଲେ ଆଉ ତିନିପ୍ରକାର ଅଶ୍ରୁରେ ଜୁଡୁବୁଡୁ ହେଲେ ବନ୍ଦନାଶ୍ରୁ, ବେଦନାଶ୍ରୁ ଏବଂ ବୀରହାଶ୍ରୁ l