MENU

Fun & Interesting

Ama Sanskruti Ama Parampara

Ama Sanskruti Ama Parampara

ଆଜି କାଲି ବ୍ୟସ୍ତ ବହୁଳ ଦୁନିଆରେ ମଣିଷ ନିଜକୁ ହଜାଇ ଦିଏ ବ୍ୟସ୍ତତା ଭିତରେ । ଭୁଲିଯାଏ ସଂସ୍କୃତି ଓ ପରମ୍ପରାକୁ କିନ୍ତୁ କିଛି ଏମିତି ବି ମଣିଷ ଅଛନ୍ତି ଯିଏ କି ଓଡିଶାର କଳା ଓ ସଂସ୍କୃତିକୁ ଆଜି ବଞ୍ଚାଇ ରଖିଛନ୍ତି ଗୀତ ଓ ସଙ୍ଗୀତ ମାଧ୍ୟମରେ । ଓଡ଼ିଶାର କଥା ଓ ଗାଥାକୁ ଦୁନିଆରେ ଆଗରେ ପରିଚିତ କରିବାକୁ ଚାହୁଁଛନ୍ତି । ଆଉ ନିଜକୁ ଓଡିଆ ଵୋଲି ଗର୍ବ ଅନୁଭବ କରୁଛନ୍ତି । ସେହିପରି ପ୍ରତିଭା ମାନଙ୍କ ପାଇଁ ଆମେ ଆଜି ଵିଶ୍ଵ ଦରଵାରରେ ପରିଚିତ ଆଉ ଗର୍ବିତ । ବୁଡ଼ିବାକୁ ଯାଉଥିବା ଲୋକ କଳା ଓ ଲୋକ ସଂସ୍କୃତିର ପୁନଃ ଉଦ୍ଧାର ପାଇଁ କିଭଲି ଭାବରେ ପୁଣିଥରେ ଲୋକମାନଙ୍କ ମଧ୍ୟରେ ଉଜ୍ଜୀବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥିପାଇଁ ଆମର ଏ ଛୋଟ ପ୍ରୟାସ ।ଅନେକ କଳାକାର ଅଛନ ଯିଏ କି ଗ୍ରାମାଞ୍ଚଳରେ ରହିଯାଉଛନ୍ତି ବନମଲ୍ଲି ପରି ମାତ୍ର ଲୋକ ଲୋଚନକୁ ଆସିପାରୁ ନାହାନ୍ତି । ସେମାନେ କିପରି ଭାବରେ ଅନ୍ଧାରୀ ଦୁନିଆରୁ ଲୋକ ଲୋଚନକୁ ଆସି ପାରିବେ ଆଉ ନିଜ ନିଜର କାଯ୍ୟଦକ୍ଷତା ମାଧ୍ୟମରେ ବିଶ୍ୱଦରବାରରେ ପରିଚିତ ହୋଇପାରିବେ । ସେଥିପାଇଁ ଆମେ ଚେଷ୍ଟା କରିବୁ ଏହି ଚେନାଳ ମାଧ୍ୟମରେ । ଆମ ଚେନାଲ ଆପଣମାନଙ୍କୁ ଯଦି ଭଲଲାଗୁଛି ତେବେ ଆମ ଚେନାଲ କୁ Like & Share and Subscribe କରନ୍ତୁ । ବ୍ୟସ୍ତତା ଭିତରେ ବି ଆପଣଙ୍କର ବହୁମୁଲ୍ୟ ସମୟବାହାର କରି ଆମ ଚେନାଲ ସମସ୍ତ ଭିଡିଓକୁ ଦେଖୁଥିବାରୁ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ |