MENU

Fun & Interesting

ଆଜି ବାପ ତୋତେ କହିବି କଥାଟି / Aji Bapa Tote Kahibi Kathati / Class 7th Odia Poem

VOICE OF ALOK 53,314 lượt xem 3 years ago
Video Not Working? Fix It Now

"କହିବି କଥାଟି "
କବୟିତ୍ରୀ:କୁନ୍ତଳା କୁମାରୀ ସାବତ

Full Lyrics:
ଆଜି ବାପ ତୋତେ କହିବି କଥାଟି
ଶୁଣିବୁ ତୁ ଦେଇ ମନ,
କାହା କୁମର ତୁ କାହା କୁଳମଣି
ଜାଣିଚୁ କି ଗଣ୍ଠିଧନ ?
ନିରିମଳ ତୁହି ସରଗ ତରାଟି
ସରଗର ଝରାଫୁଲ,
ହସ, ଭାଷ ତୋର କଉତୁକ ବାବୁ,
କି ମଧୁର, କି ଡଉଲ !
ଆଖି ଦୋ’ ଟି ତୋର ଆନନ୍ଦ ଉଜ୍ଜ୍ୱଳ
ଚଞ୍ଚଳତା ପ୍ରତି ଅଙ୍ଗେ,
ଲବଣି ପିତୁଳା ସ୍ନେହ ସୁଧାବୋଳା
ଖେଳୁ ଖେଳ ନାନା ରଙ୍ଗେ
ଧୂଳି ମାଟି ଘେନି କି ସୁନ୍ଦର ତୁହି
ଗଢି ବସୁ କେତେ ଜାତି,
ପଶୁ, ପକ୍ଷୀ, ଜୀବ, ଦେବତା, ଦେଉଳ,
ସଙ୍ଗୀ ସଙ୍ଗେ ହର୍ଷେ ମାତି l
କେବେ କିରେ ବାପ, ଶୁଣିଛୁ ତୁ କାନେ
ବାପ ଗୋସିବାପ କଥା,
କେତେ ସେ ମହତ କରମ ସାଧିଲେ
ଭାଳିଲେ ହଜିବ ଚେତା l
ବାପ ଦାଦି ତୋର ଥିଲେ ଅତି ବଡ
ରଖି ଯାଇଛନ୍ତି ନାମ,
ମନ୍ଦିର ତୋଳାଇ ପୋଖରୀ ଖୋଳାଇ
ଗଢି ନାନା ତୀର୍ଥ ଧାମ l
କୋଣାର୍କ ମଥାରେ ଜଗନ୍ନାଥପୁରେ
ଉଡେ ତ ତାଙ୍କରି ଛତି,
ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ
ଜଳେ ତ ତାଙ୍କରି ବତି l
ନଦୀ ବନ୍ଧ ସବୁ ତାଙ୍କରି କୀରତି
ଥିଲେ ବଡ କାରିଗର,
ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହର l
ଥିଲେ ବଡ ବୀର ଲକ୍ଷେ ରାଜାଙ୍କର
ମଉଡମଣିର ଜାତି,
ପୁରୁଷ ଉତ୍ତମ, ବୀର ଖାରବେଳ,
ଅନଙ୍ଗଭୀମ, ଯଯାତି l
ମହା ମହା ରାଜା, ମହା ମହା ରଥୀ
ଥିଲେ ତୋର ବାପା ଜେଜେ,
କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସରି ହେବ ତେଜେ l
ଓଡିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା,
ନିତି ମନେ ମନେ ଗୁଣି ହେଉ ଥାଆ
ପୂର୍ବ ପୁରୁଷ କଥା l
ଭଞ୍ଜ, ଜଗନ୍ନାଥ, ସାମନ୍ତ ସିଂହାର
ଶାରଳାଦି କବିକୁଳ,
ତୋ’ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ
ଏ କଥା ମନ ନ ଭୁଲ l

#Kahibi_Kathati
#କହିବି_କଥାଟି
#Kuntala_Kumari_Sabat
#VoiceOfAlok

Also watch other childhood poems
1.ଦେଲୁ ମୋତେ ମହାଶିକ୍ଷା-https://youtu.be/hNC1AsYMJlk
2.ଦୁଃଖୀଧନ ନୀଳମଣିରେ(Female Version)-https://youtu.be/iqrNH-dN7Pw
3.କାଳିଜାଇରେ ସନ୍ଧ୍ୟାଦ-https://youtu.be/z6Vl5jwDmng
4.ରାମଚଣ୍ଡୀରେ ସନ୍ଧ୍ୟା-https://youtu.be/M1hyKAC4ZAQ
5.ଚାରିଦିନ ଭୋକିଲା-https://youtu.be/2ECOY01ixxU
6.ଜୟୀ ରାଜଗୁରୁ-https://youtu.be/Za2Xt0--Qv0
7.ଏଣୁ କପୋତ ଗୁରୁ ମୋର-https://youtu.be/-2sb2KPHQM4
8.ବାଇ ଚଢେଇ ଓ ପିମ୍ପୁଡି ମାମୁ - https://youtu.be/Za2Xt0--Qv0
9.ବିଚାର ବିଗିଡିଗଲା-https://youtu.be/V9Tqsr6aZlk
10.ଖଦ୍ୟୋତର ଖେଦ-https://youtu.be/6jo3bLkwerY
11.ଟୁନାଟୁନି-https://youtu.be/F2d719UygVQ
12.ମୁକୁଟ ଭିକ୍ଷା-https://youtu.be/jTKpotfh1zQ
13.ଶୁଖିଲା ପତ୍ରର କଥା-https://youtu.be/eH0fdCVcWTc
14.ଆମ ଘର-https://youtu.be/CKalUX9ylBo
15.ଗଛ ଓ କାଠୁରିଆ-https://youtu.be/MXidA7GHGwM
16.ଶ୍ରୀରାମଙ୍କ ନୌଯାତ୍ରା-https://youtu.be/uH_gELKGSPM
17.ପୃଥିବୀ ପ୍ରତି-https://youtu.be/VxNCxvCTMr0
18.ତ୍ରିରତ୍ନ - https://youtu.be/UVl7p5M_a7g
19.ରଖେ ସତ୍ୟରେ ଲୟ- https://youtu.be/aaO3kARCx6A
20. ସ୍ଥୂଳ କଳେବର ନୁହଁଇ ଅମର - https://youtu.be/8SSCvjCy3_k
21.ଦେଶପ୍ରେମ ଦୀପ ଜାଳ-https://youtu.be/rqun-iusmIw
22.ପ୍ରଭାତ-https://youtu.be/Nw5MGH1dXz0
23.ଦୁଃଖୀଧନ ନୀଳମଣିରେ(Male version)-
https://youtu.be/6bCmGEov6fM

ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - https://youtube.com/playlist?list=PLYYq-GmN5BcFAsVUejIIfw-WX8Gwm1aqS

Comment