ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସର ରେ ଜନ ମଙ୍ଗଳ(ରାସୋଳ) ହେଲା ସମ୍ବର୍ଦ୍ଧିତ।ମୋ ଗାଁ ମୋ ସମ୍ମାନ ଆହ୍ବାନ ର ପ୍ରତିଦାନ।
##################################
ଅଦ୍ୟ ତା୦୯/୦୨/୨୦୨୫ରିଖ,ରବିବାର ଦିନ କଟକ ଇଷ୍ଟ କୋଷ୍ଟ ରେଲୱେ ଇନ୍ଷ୍ଟିଚ୍ୟୁଟ୍ ର ସଭାଗୃହ ଠାରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ଥିବା କଟକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସଂଗଠନ ର ପ୍ରତିଷ୍ଠାତା ତଥା ସଭାପତି ତଥା ରକ୍ତଦାନ ମହାପୂଣ୍ୟ ଆହ୍ବାନ ର ଓଡ଼ିଶା ଆବାହକ ଶ୍ରୀଯୁକ୍ତ ଦେବାଶିଷ ସାହୁ(ଦିଲୁ)ଭାଇ ଙ୍କର ସଭାପତିତ୍ବ ରେ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ପାଳିତ ହୋଇ ଯାଇଛି।
ମୁଖ୍ୟ ଅତିଥି ଭାବେ ଡାକ୍ତର ଅମରେନ୍ଦ୍ର ଦାସ୍(ସ୍ତ୍ରୀ ରୋଗ ଓ ବନ୍ଧ୍ୟା ନିରାକରଣ ବିଶେଷଜ୍ଞ) ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଯୁଧିଷ୍ଠିର ଖଟୁଆ,ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବୁଧେଶ୍ଵର ପ୍ରସାଦ ଯାଦବ,ଶ୍ରୀଯୁକ୍ତ ଉତ୍ତମ ବେହେରା,ଡ଼ଃ ଶ୍ରୀମତି ପ୍ରିୟଦର୍ଶିନୀ ରଥ(ପ୍ରତିଷ୍ଠାତ୍ରୀ ପେଟାଲ୍ ଇଣ୍ଟରନେସନାଲ ସ୍କୁଲ) ,ଶ୍ରୀଯୁକ୍ତ ସଞ୍ଜୟ କୁମାର ଠାକୁର,ଶ୍ରୀଯୁକ୍ତ ପ୍ରଦୀପ ବେହେରା,ଶ୍ରୀଯୁକ୍ତ ବଟକୃଷ୍ଣ ସାହୁ ତଥା ପ୍ରତିଷ୍ଠାତା ଦେବାଶିଷ ସାହୁ ଭାଇ ଙ୍କର ପିତା ଶ୍ରୀଯୁକ୍ତ ବିଜୟ କୁମାର୍ ରାମ୍,ମାତା ଶ୍ରୀମତି ମାନସୀ ରାମ୍ ଉଭୟ ମଞ୍ଚାସୀନ ଥିଲେ।ଅତିଥି ମାନଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଵଳନ ପୂର୍ବକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆରାଧନା ପରେ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ୍ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ନୃତ୍ୟ ଓ ସ୍ବାଗତ ସଂଗୀତ ମାଧ୍ୟମ ରେ ଅତିଥି ମାନଙ୍କୁ ସ୍ବାଗତ କରିବା ପରେ ଟ୍ରଷ୍ଟ ର ସଭାପତି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଉପଦେଷ୍ଟା କେଦାର ଲକ୍ଷ୍ମୀ ଦାସ ବାର୍ଷିକ ବିବରଣୀ ପଠନ କରିଥିଲେ।ଅତିଥି ମାନଙ୍କ ର ସମାଜସେବା ଧର୍ମୀ ଉଛ୍ଵୋସିତ ବକ୍ତବ୍ୟ ଉପସ୍ଥିତ ପ୍ରତିଟି ସେବାକାରୀ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଯୋଗାଇଥିଲା।
ଇତ୍ୟ ଅବସର ରେ ଅନୁଷ୍ଠାନ ତରଫରୁ
ଜଗତସିଂହପୁର ଜିଲ୍ଲା କିଶନ ନଗର ବ୍ଲକ୍ ର ବାଲିସୁକ୍ରୀ ଗ୍ରାମ ର ପୋଷ୍ୟ ପରିବାର ସ୍ବର୍ଗତ ରାଜେନ୍ଦ୍ର ସାମଲ ଙ୍କର ସ୍ତ୍ରୀ - ପୁଷ୍ପା ସାମଲ ଓ ଦୁଇ ପୁଅକୁ ମାସିକ ରାସନ ସହିତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିଵା ସହିତ ସମାଜ ସେବା କୁ ସମ୍ମାନ ଜଣାଇ ଓଡ଼ିଶା ର କୋଣ ଅନୁକୋଣ ରୁ ଆସିଥିବା ପ୍ରାୟ ୧୨୦ ଗୋଟି ସାମାଜିକ ଅନୁଷ୍ଠାନ ଓ ୫୦ ରୁ ଉର୍ଦ୍ଧ୍ୱ ସ୍ଵେଚ୍ଛାସେବୀ,ସାମ୍ବାଦିକ ତଥା ଅନୁଷ୍ଠାନ ର ସମସ୍ତ ସେବକ ସେଵିକା ମାନଙ୍କୁ ନିଃସ୍ଵାର୍ଥପର ସେବା ସମ୍ମାନ ରେ ସମ୍ବର୍ଦ୍ଧିତ ପୂର୍ବକ,ମାନପତ୍ର,ଉତ୍ତରୀୟ ତଥା ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ କୁ ମଧ୍ୟ ସମ୍ମାନିତ କରାଯିବା ସହିତ ପ୍ରତିଷ୍ଠାତା ବିଭୁ ଶତପଥୀ ଓ ନିରୁପମା ମିଶ୍ର ଙ୍କୁ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରାଯାଇଛି।ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର,ସମ୍ପାଦକ ପ୍ରଦୀପ ନାୟକ,ଆଜୀବନ ସେବିକା ଭଣିତା ନାୟକ,କୁନି ସେବକ ଆଦିପ୍ ନାୟକ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ନିଃସ୍ଵାର୍ଥପର ସେବା ସମ୍ମାନ ମାନପତ୍ର,ଉତ୍ତରୀୟ,ପୁଷ୍ପଗୁଚ୍ଛ ପ୍ରାପ୍ତ କରିଵା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ପ୍ରସାଦ ସେବନ ପୂର୍ବକ ଆଶୀର୍ବାଦ ପ୍ରାପ୍ତ କରିଥିଲେ। ପରିଶେଷରେ ସଂଗଠନ ର ସମ୍ପାଦିକା ସରୋଜିନୀ କାହାଳୀ ଧନ୍ୟବାଦ ଅର୍ପଣ ପୂର୍ବକ ଉତ୍ସବ ସମାପନ ର ଘୋଷଣା କରିଥିଲେ।
ଏତାଦୃଶ ସମ୍ମାନ ଜନ୍ମଭୁମି ରାସୋଳ ମାଆ ମାଟିର ସମ୍ମାନ କୁ ବହୁଗୁଣିତ କରି ଥିବା ବେଳେ "ମୋ ଗାଁ ମୋ ସମ୍ମାନ ଆହ୍ବାନ" ର ପ୍ରତିଦାନ ଵୋଲି ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଦୃଢୋକ୍ତି ପ୍ରଦାନ କରିବା ସହିତ ଆୟୋଜକ ଅନୁଷ୍ଠାନର ସମସ୍ତ ସେବକ ସେଵିକା ଭାଇ ଭଉଣୀ ମାନଙ୍କର ସହଯୋଗ ପୂର୍ଣ୍ଣ ଉତ୍ସବ ପରିଚାଳନା ତଥା ସୁନ୍ଦର ଵ୍ୟଵହାର ରେ ସନ୍ତୁଷ୍ଟି ଜାହିର କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଏତାଦୃଶ ସମ୍ମାନ ତଥା ଆୟୋଜକ ଅନୁଷ୍ଠାନର ସେବା କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ
BMCTv Odia Breaking News
ମୋ ଗାଁ ମୋ ସମ୍ମାନ!
ସମଗ୍ର ଓଡ଼ିଶା ସେବା ଅଭିଯାନ।