MENU

Fun & Interesting

ଓଡ଼ିଶାରେ ଜନ୍ମିତ ଦ୍ଵିତୀୟ ବୁଦ୍ଧ - ପଦ୍ମସମ୍ଭବ (2) | ପ୍ରବୀର କୁମାର ପଟ୍ଟନାୟକ | Part-2

Video Not Working? Fix It Now

One must see the first part of this program and then watch this episode.
The link for Part1 of this program is https://www.youtube.com/watch?v=qGzcC4LPVOE&t=17s
ପଦ୍ମସମ୍ଭବ କିଏ ?
ସେ ଅଷ୍ଟମ ଶତାବ୍ଦୀ ସମୟର ଜଣେ ର ବୌଦ୍ଧ ସନ୍ୟାସୀ | ତିବ୍ବତ , ଭୁଟାନ, ଅରୁଣାଞ୍ଚଳ ପ୍ରଦେଶ , ସିକିମ , ଚାଇନା , ନେପାଳ ଆଦି ଅନେକ ଦେଶରେ ବୌଦ୍ଧ ଧର୍ମାମଲମ୍ବି ମାନେ ନାଶ୍ତାବିକା ପଦ୍ମସମ୍ଭବଙ୍କୁ ହିଁ ପୂଜା କରିଥାନ୍ତି ଓ ସେଥିପାଇଁ ତାଙ୍କୁ ଦ୍ଵିତୀୟ ବୁଦ୍ଧ ବୋଲି କୁହାଯାଏ |
ପଦ୍ମସମ୍ଭବଙ୍କ ବିଷୟରେ ବର୍ତମାନ ବିଦିତ ତଥ୍ୟ :-
ସେ ଓଡ୍ଡିଆନ ଅଞ୍ଚଳ ର ସମ୍ଭଳକ ବୋଲି ଏକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ | ଏହି ଅଞ୍ଚଳ ଟି ପାକିସ୍ତାନ - ଆଫଗାନିସ୍ତାନ ର ସ୍ୱାତ ଉପତ୍ୟକାରେ (ଗାନ୍ଧାର) ଅବସ୍ତିତ |
ପ୍ରବୀର ପଟ୍ଟନାୟକ ଙ୍କ ମତ: ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାରେ ଏବଂ ସେ ଜଣେ ଓଡ଼ିଆ |
କାହିଁକି ଏହି କାମ ଏକ କଠିନ କାମ :-
ପଦ୍ମସମ୍ଭବଙ୍କ ବିଷୟରେ ପ୍ରଚଳିତ ତଥ୍ୟ ଭୁଲ ଅଟେ ଓ ସେଇ ସ୍ଥାନରେ ନୂଆ ସଠିକ ତଥ୍ୟ କୁ ପ୍ରମାଣସିଦ୍ଧ କରିବାକୁ ଆବଶ୍ୟକ | ସେଥିପାଇଁ ଲୋଡ଼ା
1. ପଦ୍ମସମ୍ଭବଙ୍କ ଜନ୍ମ ଗାନ୍ଧାର ର ଓଡ୍ଡିୟାନ ନୁହେଁ - ପ୍ରମାଣ କରିବା
2. ସେଇ ସ୍ଥାନ ଓଡ଼ିଶାର ସମ୍ବଲପୁର ବୋଲି ପ୍ରମାଣ କରିବା
ଗାନ୍ଧାର ବିଷୟରେ ଐତିହାସିକ ତଥ୍ୟ କୁ ତର୍ଜମା କଲେ ଜଣାଯାଏ ଯେ ଫାହୀୟାନ (337– c. 422 CE) ତାଙ୍କ ଗାନ୍ଧାର ପରିଦର୍ଶନ ସମୟରେ ଯେଉଁ ସବି ବୌଦ୍ଧ କୀର୍ତ୍ତିରାଜି ଦେଖିଥିବାର ବର୍ଣ୍ଣନା କରିଛନ୍ତି , ସେସବୁ ହୁଏନସାଙ୍ଗ ( 602 – 664 AD ) ଙ୍କ ସମୟରେ ଧ୍ବଂସ ହୋଇଯାଇଥିଲା ବୋଲି ବର୍ଣ୍ଣନା ଅଛି |ହୁନ ମାନେ ଆକ୍ରମଣ ସମୟରେ ବୌଦ୍ଧ କୃତ୍ତିରାଜି ଗୁଡିକ ନଷ୍ଟ କରିଦେଇଥିଲେ | ପଦ୍ମସମ୍ଭବ ବଜ୍ରଜାନ ପନ୍ଥୀ ଥିଲେ ଓ ଗାନ୍ଧାରରେ ବଜ୍ରଜାନ ସମ୍ପର୍କିତ କୌଣସି ବୌଦ୍ଧକିର୍ତ୍ତୀ ଦେଖିବାକୁ ମିଳେନାହିଁ | ଓଡ଼ିଶାରେ କିନ୍ତୁ ବଜ୍ରଜାନ ପନ୍ଥାରେ ଚାରୋଟି ପ୍ରକାର ଦେବା ଦେବୀ ଙ୍କ ବହୁ ମୂର୍ତ୍ତି ମହଜୁଦ ଅଛି |
ପଶ୍ଚିମର ବିଦ୍ୱାନ ମାନେ ଗାନ୍ଧାର ଅଂଚଳର ଯାଦୁ ବିଦ୍ୟାକୁ ବଜ୍ରଜାନ ପନ୍ଥା ର ଏକ ପ୍ରମାଣ ଭାବେ ଦେଖନ୍ତି | ଫାହୀୟାନ ଓ ହୁଏନ୍ସାଂଗ ଗାନ୍ଧାର ଅଂଚଳରେ ଯେଉଁ ଯାଦୁ ବିଦ୍ୟା ଦେଖିବାର ବର୍ଣ୍ଣନା କରଛନ୍ତି ତାହା ବୌଦ୍ଧ ଧରମାର ବଜ୍ରଜାନ ର ଏକ ପ୍ରତୀକ ଭାବେ ନିଆଯାଇ ପାରିବ ନାହିଁ କାରଣ ତାହା ବୁଦ୍ଧଙ୍କ ସମୟରେ ମଧ୍ୟ ପ୍ରଚଳିତ ଥିଲା ଓ ବୁଦ୍ଧ ନିଜେ କୌଣସି ଅଲୌକିକ ଶକ୍ତି ପ୍ରଦର୍ଶନ ନକରିବା ପଛରେ ଉକ୍ତି ରଖିଥିଲେଏ ଯେ ଗାନ୍ଧାର ଅଞ୍ଚଳର ସାଧାରଣ ଲୋକେ ଅଲୌକିକ ବିଦ୍ୟା ପ୍ରଦର୍ଶନ କରନ୍ତି, ତେଣୁ ସେ (ବୁଦ୍ଧ) ଏଭଳି କୌଣସି ପ୍ରଦର୍ଶନ ଚାହାନ୍ତିନାହିଁ |
ଓଡ଼ିଶାରେ ସମ୍ବଲପୁର ଅତୀତରେ ସମ୍ଭାଳ ବୋଲି ବିଦିତ ଥିଲା ବୋଲି ଟଲେମି ଙ୍କ ଲେଖାରୁ ଜଣାପଡେ | ସମ୍ଭଳ ଯେଉଁ ଓଡ୍ଡିୟାନ ରେ ଅବସ୍ତିତ , ତାହା ହେଉଛି ଓଡିଶା ଯେଉଁ ଲଙ୍କାପୁରି ର ବର୍ଣନା ଅଛି ତାହା ହେଉଛି ସୋନପୁର | ସମ୍ବଲପୁରର ରାଜାଙ୍କ ନାମ ଥିଲା ଇଂଦ୍ରଭୂତି ଏବଂ ଏହା ଇତିହାସରେ ଲେଖା ଅଛି | ବୌଦ୍ଧ ଭିକ୍ଷୁ ମାନେ ବୋଳୁଥିବା ଚର୍ଯ୍ୟାଗୀତି ହେଉଛି ଓଡ଼ିଆ ଭାଷାର ଆଦ୍ୟରୁପ ତାହା ମଧ୍ୟ ପ୍ରମାଣିତ | ତେଣୁ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ପଦ୍ମସମ୍ଭଵ ହେଉଛନ୍ତି ଓଡ଼ିଶାରେ ଜନ୍ମିତ ଓ ଜଣେ ଓଡ଼ିଆ |


Padmasambhava, known as Guru Rinpoche, is revered as the second Buddha in Tibet and various other Asian Buddhist countries. Traditionally, his birthplace, Oḍḍiyāna, has been thought to be in Gandhara, specifically the Swat Valley of Afghanistan. However, Sri Prabir Pattanaik has conducted extensive research on Buddhism in general and Guru Padmasambhava in particular, presenting compelling evidence that his true birthplace lies in Odisha. Pattanaik's findings have gained widespread acceptance among Buddhist communities worldwide, as the earlier claims regarding Gandhara were found unconvincing. His research is compiled in a book that has reached audiences around the globe.

This presentation is divided into two parts: Part 1 focuses on his theoretical insights, while Part 2, which includes a Question and Answer session, offers a comprehensive view of the subject.

Comment